ବିଳାସପୂର୍ଣ୍ଣ ଘରେ ଚାଲିଥିଲା ଚୋରା ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ

Published By : Prameya-News7 Bureau | March 16, 2025 IST

ଆଠଗଡ଼ ୧୬।୩: ବିଳାସପୂର୍ଣ୍ଣ ଘରେ ଚାଲିଛି ଚୋରା ଦେଶୀ ମଦ କାରବାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ଥାନା ଭିରୁଡ଼ା ଓ ପଣସପାଟଣା ଗ୍ରାମରେ । ଆଠଗଡ଼ ଓ କଟକ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ ହୋଇଛି । ୩୯୬୯ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ୧୮୩୭୫ ଲିଟର ପୋଚ ଜବତ ସହିତ ନଷ୍ଟ କରାଯାଇଛି । ଏହି ଚଢ଼ାଉରେ ୮ରୁ ଅଧିକ ବିଭାଗୀୟ ଅଧିକାରୀ ସାମିଲ ଥିଲେ । 

ସୂଚନାଯୋଗ୍ୟ ଯେ, ବେଆଇନ ଭାବେ ଚୋରା ଦେଶୀ ମଦର କୁଟୀର ଶିଳ୍ପ ପାଲଟିଛି ଏହି ଅଞ୍ଚଳ । ଏଠି ଦେଶୀ ମଦ ପ୍ରସ୍ତୁତ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ କରାଯାଇଥାଏ । ଏ ନେଇ ସ୍ଥାନୀୟ ଲୋକେ ବାରମ୍ୱାର ଅଭିଯୋଗ କରି ଆସୁଥିଲେ । ପୂର୍ବରୁ ଆଠଗଡ ଅବକାରୀ ବିଭାଗ ଚଢାଉ କରୁଥିଲେ ମଧ୍ୟ ମଦ ମାଫିଆ ମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ । ଆଜିର ଏହି ଚଢ଼ାଉରେ କୌଣସି ମଦ ମାଫିଆକୁ ଧରିବାରେ ସଫଳ ହୋଇନି ଆଠଗଡ଼ ଅବକାରୀ ବିଭାଗ ।

You Can Read: 

ଘରୋଇ କଳିରୁ ବୋମାମାଡ଼, ପୋଲିସ ହାତରେ ଧରାପଡିଲେ ଦୁଇ ଭାଇ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.